Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓମିକ୍ରନ୍ ଭାରିଆଣ୍ଟର ଭୟ ଭିତରେ କେମିତି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍ ସିରିଜ୍

by ସଞ୍ଜୟ ସ୍ୱାଇଁ
December 2, 2021
in NATIONAL NEWS, Sports
ଓମିକ୍ରନ୍ ଭାରିଆଣ୍ଟର ଭୟ ଭିତରେ କେମିତି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍ ସିରିଜ୍
59
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱରେ ଚିନ୍ତା ବଢିଯାଇଛି । ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା ଏହି ଭାରିଆଣ୍ଟ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବାବେଳେ, ଏବେ ୨୯ ଦେଶର ୩୭୩ ଜଣଙ୍କୁ ସଂକ୍ରମିତ କରିସାରିଲାଣି । ଏହାରି ଭିତରେ ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ହେବାକୁ ଅଛି, ତେବେ ଏହି ଦ୍ୱିପାକ୍ଷିକ ସିରିଜ୍ କେମିତି ଖେଳାଯିବ, ଖେଳାଳିମାନେ କେମିତି ସୁରକ୍ଷିତ ରହିବେ ତାକୁ ନେଇ ଏବେ ଅନେକ ଚର୍ଚ୍ଚା ପ୍ରକାଶ ପାଇଛି । ଯାହାକୁ ନେଇ ଏବେ ପ୍ରଥମ କରି ପ୍ରତିକ୍ରିୟା ରଖିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଗୁରୁବାର କହିଛନ୍ତି, ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜକୁ ନେଇ ଆଗାମୀ କିଛି ଦିନପରେ ସ୍ପଷ୍ଟ ଚିତ୍ର ମିଳିଯିବ । ବିସିସିଆଇ ଏନେଇ କଥାବାର୍ତ୍ତା ଜାରି ରଖିଛି । ଖାଲି ସେତିକି ନୁହେଁ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ମଧ୍ୟ ଏନେଇ ସିନିୟର ଖେଳାଳିଙ୍କ ସହିତ ଆଲୋଚନା କରୁଛନ୍ତି । ଦଳର ଖେଳାଳିଙ୍କ ପାଖରେ ଏବେ କୌଣସି ପ୍ରକାର କନଫ୍ୟୁଜନ୍ ନାହିଁ ବୋଲି କୋହଲି କହିଛନ୍ତି । ଅନ୍ୟପଟେ କୋହଲି ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦଳର ପ୍ରତିଟି ସଦସ୍ୟଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ଆସନ୍ତାମାସ ୧୭ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ହେଲେ ସେଠାରେ ଏବେ ଓମିକ୍ରନ୍ ଭାରିଆଣ୍ଟ ଆତଙ୍କ ମଚାଇଥିବାବେଳେ, ଏଭଳି ସ୍ଥିତିରେ ଏହି ସିରିଜ୍ ଉପରେ କଳାବାଦଲ ଘୋଟିଆସିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ଏହି ସିରିଜ୍ ଏକ ସପ୍ତାହ ପାଇଁ ଘୁଞ୍ଚାଇ ମଧ୍ୟ ଦିଆଯାଇପାରେ । ଅନ୍ୟପଟେ, ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଲସନ୍ ନାଇଦୋ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି ଏପରି ସ୍ଥିତିରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆସୁଥିବାରୁ ସେ କୃତଜ୍ଞ । ତାଙ୍କ ଦେଶର ଦର୍ଶକ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ବେଶ୍ ଆଗ୍ରହୀ । ମ୍ୟାଚ୍ ଦେଖିବା ପାଇଁ ୨ ହଜାର ଦର୍ଶକଙ୍କୁ ଅନୁମତି ଦିଆଯିବ । ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକମାନେ ଭ୍ୟାକ୍ସିନ୍ ନେଇଥିବା ଆବଶ୍ୟକ । କୋଭିଡ୍ ସ୍ଥିତିରେ ଦର୍ଶକ ଦେଖିବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନର ଉତରରେ ସେ କହିଛନ୍ତି, ପୂର୍ବ ଭାଇରସ୍ ଅପେକ୍ଷା ଓମିକ୍ରନ୍ ଏତେ ମାରତ୍ମକ ନୁହଁ । ତେଣୁ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇପାରିବ । ଉଭୟ ଦଳ ପାଇଁ ବାୟୋ ବବଲର ବ୍ୟବସ୍ଥା କରାଯାଇଛି । ଏହାସହ ସମସ୍ତ କୋଭିଡ୍ କଟକଣାକୁ ପାଳନ କରାଯିବ ବୋଲି କହିଛନ୍ତି ଲସନ୍ ନାଇଦୋ । ଭାରତୀୟ ଦଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ କହିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!