ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କ୍ରିକେଟ୍ ଜଗତରୁ ଅଲବିଦା ନେଲେ ସାଉଥ ଆଫ୍ରିକାର ଦୃତ ବୋଲର ଡେଲ୍ ଷ୍ଟେନ୍ । ୩୮ ବର୍ଷିୟ ଷ୍ଟେନ୍ କ୍ୟାରିୟରରେ ୯୩ ଟି ଟେଷ୍ଟ, ୧୨୫ ଟି ଦିନିକିଆ ଓ ୪୭ଟି ଟି-୨୦ ଖେଳିଛନ୍ତି । କିଛିଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ ଦୃତ ବୋଲର ଷ୍ଟେନ୍ । ଟେଷ୍ଟ ମ୍ୟାଚରେ ସାଉଥ ଆଫ୍ରିକା ପକ୍ଷରୁ ଡେଲ୍ ଷ୍ଟେନ୍ ସର୍ବାଧିକ ୪୩୯ ୱିକେଟ୍ ହାସଲ କରିଛନ୍ତି । ଗୋଟିଏ ଇନିଂସରେ ୧୦ଟି ୱିକେଟ୍ ୫ଥର ଏବଂ ୨୬ ଥର ୫ଟି ୱିକେଟ୍ ନେଇଥିବା ଜଣାପଡିଛି । ଦିନିକିଆରେ ମଧ୍ୟ ଚମକ୍ରାର ପ୍ରଦର୍ଶନ କରିଛନ୍ତି ଡେଲ୍ ଷ୍ଟେନ୍ । ଦିନିକିଆରେ ୧୯୬, ଟି-୧୦ରେ ୬୪ଟି ୱିକେଟ୍ ନେଇଛନ୍ତି । ଚଳିତବର୍ଷ ପିଏସଏଲରେ ସେ ଶେଷ ଥର ପାଇଁ ଖେଳିଥିଲେ । ତାଙ୍କ ସ୍ୱର୍ଣ୍ଣାମ କ୍ୟାରିୟରରେ ଏହି ଦୃଦ୍ଧଷ ବୋଲର ଅନେକ ଖ୍ୟାତିନାମା ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ହାଇଲ କରିଛନ୍ତି । ଆଜି ୩୮ବର୍ଷରେ ଦୃତ ବୋଲର ଡେଲ୍ ଷ୍ଟେନ୍ ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରୁ ଅଲବିଦା ଜଣାଇଛନ୍ତି ।






