Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍‌

by ସଞ୍ଜୟ ସ୍ୱାଇଁ
August 6, 2022
in Sports, WORLD
ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍‌
57
VIEWS
Share on FacebookShare on Twitter

ବର୍ମିଂହାମ, (ବାଘୁଆବାର୍ତ୍ତା): ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାନାଲରେ ଭାରତୀୟ ମହିଳା କ୍ରିକେଟ ଟିମ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ରନରେ ହରାଇ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଫାଇନାଲ ଟିକେଟ ହାସଲ କରିଛି। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିବା ବେଳେ ଏହାର ଜବାବରେ ଇଂଲଣ୍ଡ ୬ ୱିକେଟ ହରାଇ କେବଳ ୧୬୦ ରନ କରିପାରିଛି। ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଦଳ କେବଳ ୯ ରନ କରିବାକୁ ସକ୍ଷମ ହୋଇଛି। ଏଥିସହ ଶେଷ ଓଭର ବୋଲିଂ କରୁଥିବା ସେହ୍ନା ରାଣା ଗୋଟିଏ ୱିକେଟ ମଧ୍ୟ ଦଖଲ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି। ଓପନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ୬୧ ରନ ଓ ଜେମିମା ରୋଡ୍ରିଗସଙ୍କ ୩୧ ବଲରେ ଅପରାଜିତ ୪୪ ରନ ବଳରେ ଭାରତୀୟ ମହିଳା ଦଳ ୫ ୱିକେଟ ହରାଇ ୧୬୪ ରନ କରିଥିଲା। ୧୬୫ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ପାଇଁ ଅଧିନାୟକ ନାଟ ସ୍କିଭର ୪୧, ଓପନର ଡାନି ୱାଟ୍ଟ ୩୫ ଓ ଆମି ଜୋନ୍ସ ୩୧ ରନ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ୧୯ତମ ଓଭରରେ ନାଟ ସ୍କିଭରଙ୍କ ରନ ଆଉଟ ହିଁ ମ୍ୟାଚର ମୋଡ଼ ବଦଳାଇଥିଲେ। ସେ ପର୍ୟ୍ୟନ୍ତ ଇଂଲଣ୍ଡ ହାତରେ ମ୍ୟାଚ ରହିଥିଲା। ସ୍କିଭର ଏହି ଓଭରରେ ଗୋଟିଏ ଛକା ଓ ଗୋଟିଏ ଚୌକା ମଧ୍ୟ ମାରିଥିଲେ। ହେଲେ ଶେଷ ବଲରେ ସେ ରନ ଆଉଟ ହୋଇଯିବାକୁ ଇଂଲଣ୍ଡ ହାତରୁ ମ୍ୟାଚ ଖସି ଯାଇଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନରେ ଅଟକି ଯାଇଥିଲା। ଭାରତ ପକ୍ଷରୁ ସ୍ନେହା ରାଣା ଦୁଇଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ୱିକେଟ ନେଇଛନ୍ତି। ବାକି ୩ ୱିକେଟ ଭାରତକୁ ରନ ଆଉଟ ରୂପେ ମିଳିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!