ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ମାଓ ଷଡ଼ଯନ୍ତ୍ରରୁ ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ । ରାସ୍ତା ଅତିକ୍ରମ କରିବା ପୂର୍ବରୁ ଅଟକି ଗଲେ । ମେଟାଲ ଡିଟେକ୍ଟରରେ ଦ୍ୱାରାଠାବ କରୁ କରୁ ଧରାପଡିଗଲା ମାଓବାଦୀ ରଚିଥିବା ଷଡ଼ଯନ୍ତ୍ର । ରାଇବାସା-ଗୋଇଲକେରା ରାସ୍ତାରେ ଖଞ୍ଜିଥିଲେ ୪୦କେଜି ଓଜନର ଆଇଇଡି । ଏହି ଆଇଇଡି ବିସ୍ପୋରକ ଖଞ୍ଜାଯାଇ ରାସ୍ତା ଉପରେ ଯାଇଥିଲେ ଖଣ୍ଡ ଖଣ୍ଡ ହୋଇଥାନ୍ତା ଯାନବାହାନ । ତେଣୁ ତା’ପୂର୍ବରୁ ସିଆରପିଏଫ ଯବାନ ମାନେ ଜାଣି ଏହି ବିସ୍ପୋରକକୁ ଆଇଡିକୁ ନିଷ୍କ୍ରିୟ କରିଥିଲେ । ଏଭଳି ଘଟଣା ଦେଖାଦେଇଛି, ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲାର ଚାଇବାସା-ଗୋଇଲକେରା ଅଞ୍ଚଳରେ । ସୂଚନାନୁସାରେ, ସିଂହଭୂମ ଜିଲ୍ଲାର ଅନ୍ତର୍ଗତ ଚାଇବାସା-ଗୋଇଲକେରା ରାସ୍ତାରେ ସିଆରପିଏଫ ଯବାନମାନେ ପେଟ୍ରୋଲିଂ କରୁଥିବା ବେଳେ ମେଟାଲ ଡିଟେକ୍ଟର ମାଧ୍ୟମରେ ଉକ୍ତ ରାସ୍ତାରେ ବିସ୍ପୋରକ ଖଞ୍ଜା ଯାଇଥିବା ଜଣାପଡ଼ିଥିଲା । ଯାହାକୁ ଠାବ କରି ଯବାନ ମାନେ ଏହି ବିସ୍ପୋରକ ଆଇଇଡିକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି ।





