ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୁଲିସ ଗୋଟିଏ କ୍ରେଟା କାରରୁ ଗଞ୍ଜେଇ ଜବତ କରିଛନ୍ତି । ଉକ୍ତ କାରରେ ବିପୁଳ ପରିମାଣର ଗଞ୍ଜେଇ ଆସୁଥିବା ଜିଲ୍ଲା ପୁଲିସକୁ ଖବର ଆସିଥିଲା । ଜିଲ୍ଲା ପୁଲିସ ଏନେଇ ସଦରଥାନା ଏବଂ ନୂଆଗାଁ ଥାନା ପୁଲିସକୁ ଖବର ଦେଇଥିଲା । ଉଭୟ ଥାନା ପୁଲିସ ଗାଡ଼ିଟିକୁ ନୂଆଗାଁ ଥାନା ଅନ୍ତର୍ଗତ ବକଳବନ୍ଧ ଛକରେ ଧରିବାକୁ ସକ୍ଷମ ହୋଇଥିଲେ । କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି କାରରୁ ୫୬ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ନୟାଗଡ଼ ଏସ୍ଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ତତ୍ୱାବଧାନରେ ଉଭୟ ଥାନା ପୁଲିସ ଚଢ଼ାଉ କରିଥିବା ସୂଚନା ମିଳିଛି ।






