ଭଦ୍ରକ, (ବାଘୁଆବାର୍ତ୍ତା): ବେଆଇନ ଗୋରୁ ଚାଲାଣ ଅଟକାଇବା ବେଳେ ଅଘଟଣ । ଓଲଟିଲା ବେଆଇନ ଗୋରୁ ଗାଡ଼ି । ଡ଼୍ରାଇଭର ମୃତ । ୩ ଗୋରୁ ମୃତ, ଅନେକ ଗୋରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଲି ଠାରେ ଦୁର୍ଘଟଣା ଘଟିଛି । ବେଆଇନ ଗୋରୁ ବୋଝେଇ ଗାଡ଼ି ନେଇ ଖବର ମିଳିବା ପରେ ଧୁସୂରି ପୋଲିସ ପିଛା କରିଥିଲା । ପୋଲିସକୁ ଦେଖି ଫେରାର ହେଉଥିବା ବେଳେ ଗାଡ଼ି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ମୃତ ଘୋଷଣା କରାଯାଇଛି। ଘଟଣାରେ ୩ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଉଦ୍ଧାର କରାଯାଇଛି ।





