Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋ’ ପାଳନ ଓ କୁକୁଡ଼ା ଚାଷ କରିବାର ରାସ୍ତା ଆପଣାଇଥିଲେ ସନ୍ଧ୍ୟାରାଣୀ

by ସଞ୍ଜୟ ସ୍ୱାଇଁ
August 7, 2021
in State
ଗୋ’ ପାଳନ ଓ କୁକୁଡ଼ା ଚାଷ କରିବାର ରାସ୍ତା ଆପଣାଇଥିଲେ ସନ୍ଧ୍ୟାରାଣୀ
171
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ଘରର ଚାରି କାନ୍ଥ ଭିତରେ ନିଜକୁ ସୀମିତ ରଖିନଥିଲେ ସନ୍ଧ୍ୟାରାଣୀ କୁମାର। ପରିବାରର ଆର୍ଥିକ ସ୍ଥିତି ଦେଖି ଗୋ’ ପାଳନ ଓ କୁକୁଡ଼ା ଚାଷ ପରି ରାସ୍ତା ଆପଣାଇ ଥିଲେ। ଆଉ ପରବର୍ତ୍ତୀ ସମୟରେ ଏଥିରେ ସଫଳ ହୋଇଥିଲେ। ସେଥିରୁ ଅର୍ଥ ଉପାର୍ଜନ କରି ନିଜେ ସ୍ୱାବଲମ୍ୱୀ ହେବା ସହିତ ଅନ୍ୟକୁ ବଞ୍ଚିବାର ରାସ୍ତା ଦେଇଛନ୍ତି ସନ୍ଧ୍ୟା। ଏଥିପାଇଁ ତାଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ସବୁକୁ ଖାତି କରିନଥିବାରୁ ଆଜି ହୋଇପାରିଛନ୍ତି ଜଣେ ସଫଳ ଚାଷୀ। ବରଗଡ଼ ସହର ପିପିଲିପାଲି ଟିକ୍ରାପଡ଼ାରେ ବାସ କରନ୍ତି ସନ୍ଧ୍ୟାରାଣୀ କୁମାର। ତାଙ୍କର ସ୍ୱାମୀ ଜଣେ ଅଟୋ ରିକ୍ସା ଚାଳକ। ପରିବାର ଚଳାଇବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ସନ୍ଧ୍ୟାରାଣୀ। କଣ କରିବେ ଭାବି ସେ କୁକୁଡ଼ା ଚାଷ କରିବାକୁ ମନ ବଳାଇଥିଲେ। ସେଥିପାଇଁ ଭାରତ ସରକାରଙ୍କ ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ ଜରିଆରେ ୧ ଲକ୍ଷ ୧୩ ହଜାର ଟଙ୍କାରେ କୁକୁଡ଼ା ଚାଷ ଆରମ୍ଭ କଲେ। ପରେ ଅର୍ଥାତ ୨୦୨୦-୨୧ ଆର୍ଥିକ ବର୍ଷରେ ସେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଈ ଗୁହାଳ ତିଆରି ପାଇଁ ଆର୍ଥିକ ସହାୟତା ପାଇଥିଲେ। ଆର୍ଥିକ ସହାୟତା ପାଇବା ପରେ ସନ୍ଧ୍ୟାରାଣୀ ଗୋ’ ପାଳନ ଓ କୁକୁଡ଼ା ଚାଷ ଆରମ୍ଭ କଲେ। କୁକୁଡ଼ା ଫାର୍ମରେ ସେ ବନରାଜ କୁକୁଡ଼ା, ସୋନାଲି କୁକୁଡ଼ା, କଡ଼କନାଥ କୁକୁଡ଼ା ଓ ଦେଶୀ କୁକୁଡ଼ା ପାଳନ କରି ବିକ୍ରି କରୁଛନ୍ତି। ଏପରିକି ଅଣ୍ଡା ମଧ୍ୟ ଉତ୍ପାଦନ କରୁଛନ୍ତି। ୨୦୧୭ ମସିହାରେ ସ୍ୱେଚ୍ଛାସେବୀ ସଂଗଠନ ନିଉ ଲାଇଫ୍‌ ଫାଉଣ୍ଡେସନର ପ୍ରେରଣାରେ ପଡ଼ି ସନ୍ଧ୍ୟାରାଣୀ ନିଜ ସାହିର କେତେ ମହିଳାଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା। ଠିକ ସମୟରେ ଋଣ ପରିଶୋଧ ଯୋଗୁ ସନ୍ଧ୍ୟାରାଣୀଙ୍କୁ ନାବାର୍ଡ଼ ପକ୍ଷରୁ ଗୋ’ପାଳନ, କୁକୁଡ଼ା ପାଳନ, ମାଛ ଚାଷ, ଛତୁ ଚାଷ ଆଦି ସଂପର୍କରେ ତାଲିମ ଦିଆଯାଇଥିଲା। ତାଲିମ ଗ୍ରହଣ କରି ସନ୍ଧ୍ୟାରାଣୀ ତାଙ୍କ ଘରେ ଏକ ଛୋଟିଆ କୁକୁଡ଼ା ଫାର୍ମ କରିଛନ୍ତି। ଦୁଇଟି ଗାଈ ମଧ୍ୟ ରଖିଛନ୍ତି। ଗାଈ କ୍ଷୀର ଓ କୁକୁଡାରୁ ସେ ମାସକୁ ୧୦ରୁ ୧୨ ହଜାର ଟଙ୍କା ଲାଭ ପାଉଛନ୍ତି। ଲକଡ଼ାଉନ ସମୟରେ ସ୍ୱାମୀଙ୍କ ଅଟୋରିକ୍ସା ବନ୍ଦ ହୋଇଯାଇଥିଲେ ମଧ୍ୟ ନିଜେ ସ୍ୱାବଲମ୍ୱି ହୋଇଥିବା ଯୋଗୁ ପରିବାର ଚଳାଇବାରେ କୌଣସି ଅସୁବିଧା ହୋଇ ନଥିଲା ବୋଲି ସନ୍ଧ୍ୟାରାଣୀ କହିଛନ୍ତି। ସନ୍ଧ୍ୟାରାଣୀ ଏବେ ଆଖପାଖର ଅନେକ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ନିକଟରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ବିକାଶ ନାବାର୍ଡ଼ର ପ୍ରତିଷ୍ଠା ଦିବସରେ ସନ୍ଧ୍ୟାରାଣୀଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁରସ୍କୃତ କରିଛନ୍ତି। ତାଙ୍କର ନିଷ୍ଠା ଓ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ନିଉ ଲାଇଫ ଫାଉଣ୍ଡେସନର ମୁଖ୍ୟ କଳାକାହ୍ନୁ ଦୀପ। ତା’ ସହ ନାବାର୍ଡ଼ ପକ୍ଷରୁ ସାଧାରଣ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ସନ୍ଧ୍ୟାରାଣୀ ଏଥିରେ ଉପକୃତ ହେବା ସହ ନିଜ ଆୟକୁ ବୃଦ୍ଧି କରି ପାରିଛନ୍ତି ବୋଲି କହିଛନ୍ତି ନାବାର୍ଡ଼ର ବରଗଡ଼ ଜିଲ୍ଲା ପରିଚାଳକ ହଟକିଶୋର ବେହେରା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!