Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେରମକୁ ଝଟକା

by ସଞ୍ଜୟ ସ୍ୱାଇଁ
July 1, 2021
in Health, NATIONAL NEWS
ସେରମକୁ ଝଟକା
228
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କୋଭିଶିଲ୍ଡ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)କୁ ଝଟକା। କେନ୍ଦ୍ର ସରକାରଙ୍କ ସରକାରୀ ପ୍ୟାନେଲ୍ ୨-୧୭ ବର୍ଷ ବୟସର ପିଲାମାନଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ପର୍ୟ୍ୟାୟ ଏବଂ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେବାକୁ ବିରୋଧ କରିଛି। ସେରମ୍ ୨ ରୁ ୧୭ ବର୍ଷ ବୟସର ୯୨୦ ପିଲାଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା ପାଇଁ ଡିସିଜିଆଇରେ ଆବେଦନ କରିଥିଲା। ଡିସିଜିଆଇର ବିଶେଷଜ୍ଞ କମିଟି ଏହି ପରୀକ୍ଷାକୁ ଅନୁମତି ଦେବାକୁ ମନା କରିଦେଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଟିକା କୌଣସି ଦେଶରେ ଅନୁମୋଦିତ ହୋଇନାହିଁ। ତେଣୁ ଏହାକୁ ପରୀକ୍ଷା କରିବାକୁ ଅନୁମତି ଦିଆଯିବା ଏବେ ସମ୍ଭବ ନୁହେଁ। କମିଟି ଆହୁରି ମଧ୍ୟ କହିଛି ଯେ ସେରମ୍ ପ୍ରଥମେ ବୟସ୍କଙ୍କ ଉପରେ ଏହାର ଟିକା ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଦାଖଲ କରିବା ଉଚିତ। ଏହାପରେ ପିଲାଙ୍କ ଉପରେ ପରୀକ୍ଷା କରିବା ଦିଗରେ ଆଗେଇବ। କମ୍ପାନୀ ଏବେ ଏହି କୋଭାଭାକ୍ସ ଟିକା ବୟସ୍କଙ୍କ ଉପରେ ପରୀକ୍ଷା କରୁଥିବା ସୂଚନା ରହିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଗଷ୍ଟ ୨୦୨୦ରେ ଆମେରିକାର ଟିକା କମ୍ପାନୀ ନୋଭାଭାକ୍ସ ଇଙ୍କ ସହିତ ଏକ ଚୁକ୍ତି ଘୋଷଣା କରିଥିଲା। ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକାକୁ ଭାରତରେ କୋଭାଭାକ୍ସ ନାମ ଦିଆଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ଦେଶରେ ‘କୋଭଶିଲ୍ଡ’ ଟିକା ପ୍ରସ୍ତୁତ କରୁଛି। ‘କୋଭାଭାକ୍ସ’ ହେଉଛି ଦ୍ୱିତୀୟ ଟିକା ଯାହାକୁ ସେ ବିକଶିତ କରୁଛି। କୋଭାଭାକ୍ସର ସିଇଓ ଅଧର ପୁନାୱାଲା କହିଛନ୍ତି, “ଏହି ଟିକା ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛି। ଏହାର ପରୀକ୍ଷା ମଧ୍ୟ ଜାରି ରହିଛି। ଆଶା ରହିଛି ଚଳିତ ବର୍ଷ କୋଭାଭାକ୍ସ ଅନୁମତି ପାଇବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!