ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପଞ୍ଜିକୃତ କରିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଖକୁ ଯିବ ଏସ୍ଏସମ୍ଏସ୍ । ଏସ୍ଏମ୍ଏସ୍ ଜରିଆରେ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀମାନେ କେଉଁଠି ଓ କେତେବେଳେ ଟିକା ଦିଆଯିବ ସେ ନେଇ ସୂଚନା ମିଳିବ ଏବଂ ଏସ୍ଏମ୍ଏସ୍ ଦେଖାଇଲେ ମିଳିବ କୋଭିଡ୍-୧୯ ଟିକା । ଟିକାକରଣ ଚୁଠାନ୍ତ ପ୍ରସ୍ତୁତି ପରେ, ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣ୍ିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଆସନ୍ତା ୧୬ତାରିଖରେ ସବୁ ରାଜ୍ୟରେ କୋଭିଡ୍-୧୯ ଟିକାକରଣ ହେବ । ସେହିଦିନ ସକାଳେ ଭ୍ୟାକ୍ସିନ୍ ଦେବା ପାଇଁ ପ୍ରତି ସେସନ୍ରେ ଅଲଗା ଅଲଗା ଟିକାକରଣ ଟିମ୍ ନିୟୋଜିତ କରାଯିବ । ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବା ପରେ ଟିକାକରଣ କରାଯିବ । ଟିକାକରଣ ନେବାକୁ ଥିବା ସ୍ୱାସ୍ଥଥକର୍ମୀଙ୍କ ପାଖକୁ ଆଜି ଏକ ଏସ୍ଏମ୍ଏସ୍ ଯିବ । ଉକ୍ତ ଏସ୍ଏମ୍ଏସ୍ରେ ଟିକାକରଣର ତାରିଖ, ସମୟ ଓ କେଉଁ ସ୍ଥାନରେ ଦିଆଯିବ ତାହା ଉଲ୍ଲେଖ କରାଯିବ । ୧୬ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋଭିଡ୍-୧୯ ଟିକାକରଣ ଦିଆଯିବ । କୋଭିଡ୍-୧୯ ଟିକା ନେବା ପରେ ୩୦ମିନିଟ୍ ପର୍ଯ୍ୟନ୍ତ ଅବ୍ଜର ଭେସନ୍ରେ ରଖାଯିବ ଏବଂ ବ୍ୟକ୍ତିମାନଙ୍କୁ ଗୋଟାଏ ପ୍ରକାରର ଟିକା କୋଭିସିଲଡ୍ ଦିଆଯିବ । ପ୍ରଥମ ଟିକା ନେବାର ୨୮ଦିନ ପରେ ୨ୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି ।





