ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୪ଟି କେନ୍ଦ୍ରରେ ୨୬୩ ଜଣଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଆଜି ଦ୍ୱିତୀୟ ଦିନରେ ଜିଲ୍ଲାର ୧୦ଟି କେନ୍ଦ୍ରରେ ୯୪୬ ଜଣଙ୍କୁ ଟୀକା ଦେବା ପାଇଁ ଯୋଜନା ଥିବା ବେଳେ ୭୦୩ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମେତ ୧୦ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାଦାନ କରାଯାଇଛି ।





