ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀରେ ଉତ୍ପୀଡ଼ିତ ଓଡ଼ିଶାବାସୀଙ୍କ ପାଇଁ ଆସିଲା ସବୁଠୁ ବଡ଼ ଖୁସିର ଖବର । ଆଜି ପୁଣେରୁ ସ୍ୱତନ୍ତ୍ର ସ୍ପାଇସ୍ ଜେଟ୍ ବିମାନରେ କୋଭିଡ୍-୧୯ ଟିକା ‘କୋଭିସିଲଡ୍’ ଆସି ଅପରାହ୍ଣ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଏହାକୁ କଡ଼ା ସୁରକ୍ଷା ବଳୟ ଭିତରେ ବିମାନବନ୍ଦରରୁ ରାଜ୍ୟ ଭ୍ୟାକ୍ସିନ୍ ସେଣ୍ଟରକୁ ଅଣାଯାଇଛି । ଜାନୁୟାରୀ ୧୬ତାରିଖରୁ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୬୨ଟି କେନ୍ଦ୍ରରେ ଟିକାଦାନ ଆରମ୍ଭ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।





