ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରୁ ଆଜି ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିଛନ୍ତି । ଓଡ଼ଗାଁ ଏନ୍ଏସି ୱାର୍ଡ଼ ନଂ ୪ ଖଡ଼ିତେଲିସାହି, ୱାର୍ଡ଼ ନଂ ୬ ବଜାର ସାହି ଓ ଶ୍ରୀରାମନଗର, ୱାର୍ଡ଼ ନଂ ୭ ଲଜ୍ସାହି ଏବଂ ବଜାରସାହିରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରାଯାଇଥିବା ସୂଚନା ମିଳିଛି । ଏହି ଅଂଚଳରୁ ସଂଗୃହିତ ସ୍ୱାବ ନେଗେଟିଭ୍ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।






