ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରି କାୟା ମେଲାଇ ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଆଜି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଅଂଚଳର ବ୍ୟବସାୟୀ ନାରାୟଣ ପାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ କିଛିଦିନ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚାନ୍ଦପୁର କୋଭିଡ୍ ହେଲଥ୍ ସେଣ୍ଟରରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ତାଙ୍କ ମୃତ୍ୟୁକୁ ନେଇ ମହୀପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।





