ଖଣ୍ଡପଡ଼ା, (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ସହରାଚଂଳ ୬ନଂ ୱାର୍ଡ ଅଧିନ ବଜାରସାହିର ବରିଷ୍ଠ ମହିଳା ଆଇନଜୀବି ବିନୋଦିନୀ ମିଶ୍ର(୭୧)ଙ୍କର ରବିବାର ପୂର୍ବାହ୍ନ ୮ ଘଟିକା ସମୟରେ ପରଲୋକ ହୋଇଯାଇଛି । ଗତ ୧୦ଦିନ ଧରି ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଖଣ୍ଡପଡ଼ା ବାର ଆସୋସିଏସନର ସଦସ୍ୟମାନେ ଗଭିର ଦୁଃଖ ପ୍ରକାଶ କରିଛନ୍ତି ।





