Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଜିଟିଭ୍ ମହିଳା ଜନ୍ମଦେଲେ ସୁସ୍ଥ ଶିଶୁକନ୍ୟା

by ସଞ୍ଜୟ ସ୍ୱାଇଁ
May 26, 2021
in Feature News
ପଜିଟିଭ୍ ମହିଳା ଜନ୍ମଦେଲେ ସୁସ୍ଥ ଶିଶୁକନ୍ୟା
180
VIEWS
Share on FacebookShare on Twitter

ସୁନ୍ଦରଗଡ଼,(ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ସମୟରେ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳାମାନେ ଅଧିକ ସମସ୍ୟାରେ ପଡ଼ିଛନ୍ତି। କାରଣ ଏମାନଙ୍କର କରୋନା ଚିକିତ୍ସା ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ ଏଯାଏ ବିଶେଷକରି ଠିକଣା ହୋଇନାହିଁ।  ଏହିପରି ରୋଗୀଙ୍କଠୁ ଅନେକ ଘରୋଇ ଡାକ୍ତରଖାନା ମୁହଁ ମୋଡ଼ି ଦେଉଥିବା ଘଟଣା ବର୍ତ୍ତମାନ ନିୟମିତ ଘଟୁଛି। ଏଭଳି ପରିସ୍ଥିତିରେ ବିଶ୍ରାର ସାପ୍ତାହିକ ବଜାର ବସ୍ତିରେ ରହୁଥିବା ରେଣୁ ତିୱାରୀ ଗତକାଲି ଅପରାହ୍ନ ପ୍ରାୟ ୨ ଟା ସମୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି।  ଡାକ୍ତରଖାନାରେ ସିଜରିଆନ୍ ଅପରେସନ୍ ମାଧ୍ୟମରେ ଏହା କରା ଯାଇଛି। ଶିଶୁର ଓଜନ ୩.୫ କିଲୋଗ୍ରାମ ରହିଛି। ଜନ୍ମ ପରେ ଡାକ୍ତର କହିଛନ୍ତି ଯେ ଶିଶୁଟି ସମ୍ପୂର୍ଣ ଭାବରେ ସୁସ୍ଥ ଅଛି। ପ୍ରାୟ ୧୦ ଦିନ ପୂର୍ବେ ରେଣୁ କୋରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ। କାଲି ସକାଳେ ପ୍ରସବ ପୀଡ଼ା ହେବାପରେ ପରିବାର ଲୋକ ରେଣୁଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ରେଣୁ କରୋନା ପଜିଟିଭ୍ ଥିବାରୁ ତାଙ୍କୁ ଏକାଧିକ ଘରୋଇ ଡାକ୍ତରଖାନା ଭର୍ତ୍ତି କରିବାକୁ ରାଜି ହୋଇ ନଥିଲେ। ଶେଷରେ ସ୍ଥାନୀୟ ସାମାଜିକ କର୍ମୀ ମୁକେଶ ସାହୁଙ୍କ ସହାୟତାରେ ପରିବାର ଲୋକେ ରେଣୁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ଦେଖି ଡାକ୍ତରଖାନାର ଡାକ୍ତରମାନେ ସିଜରିୟାନ୍ କରିବାକୁ ନିଷ୍ପତ୍ତି ନେଇଥିଲେ।  ଏହା ପରେ ଡାକ୍ତରମାନେ ମହିଳାଙ୍କୁ ପିପିଇ କିଟ୍ ପିନ୍ଧାଇ ଅପରେସନ ଥିଏଟରକୁ ନେଇ ଯାଇଥିଲେ। ସେଠାରେ କରୋନା ପଜିଟିଭ ରେଣୁ ଏକ ସୁନ୍ଦର କରୋନା ନେଗେଟିଭ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ରେଣୁଙ୍କ ପରିବାର ଏଥିପାଇଁ ଡାକ୍ତରଖାନାର ଡାକ୍ତରମାନଙ୍କୁ କୃତଜ୍ଞତା ଜ୍ଞାପନ କରା ଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!