ଭୂବନେଶ୍ୱର,(ବାଘୁଆବାର୍ତ୍ତା): କରୋନା ସ୍ଥିତି ବଗିଡ଼ିବାରେ ଲାଗିଛି। ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି । ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି । ଆଟଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଟେଷ୍ଟ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହିତ କ୍ରମାଗତ ଭାବେ ଗତ ୪ ଦିନ ହେଲା ଟେଷ୍ଟିଂରେ ବୃଦ୍ଧି ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟ ୨୦ ତାରିଖ ସୁଦ୍ଧା ୫୦ ହଜାରରୁ ଅଧିକ ଟେଷ୍ଟ ହେବ ବୋଲି ପ୍ରଦୀପ୍ତ କହିଛନ୍ତି।





