Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଭାଗ

by ସଞ୍ଜୟ ସ୍ୱାଇଁ
November 27, 2021
in Health, State
ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଭାଗ
167
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ବିଶ୍ୱାସ୍ଥ୍ୟସ୍ଥ୍ୟ ସଙ୍ଗଠନ ଏହି ଭାରିଏଣ୍ଟକୁ ପୂର୍ବ ଭାରିଏଣ୍ଟ ଠାରୁ ଅତ୍ୟଧିକ ମାରାତ୍ମକ ବୋଲି କହିଛି। ଏହାପରେ ଚାରଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ଭୟ, ପଶିଛି ଛନକା। କୋଭିଡ଼ର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବିଦେଶରୁ ଆସୁଥିବା ଲୋକଙ୍କ ପ୍ରତି କଡା ନଜର ରଖିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟିକାକରଣ ଉପରେ ଫୋକସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ନିୟମିତ ଭାବେ RTPCR ସାମ୍ପୁଲ ପଠାଇବାକୁ ଚିଠିରେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ସ୍କୁଲ, କଲେଜ, ହଷ୍ଟେଲ ଉପରେ ନଜର ରଖିବାକୁ ବି ପରାମର୍ଶ ଦିଆଯାଇଛି। କୋଭିଡ଼ ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଅଳ୍ପ କିଛି ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ ‘B.1.1.529 ବା ଓମିକ୍ରନ୍‌’ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ କୁହାଯାଇଛି। ଏହି ନୂ‌ଆ ଭାରିଏଣ୍ଟ୍‌ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଏହା ୭ ଗୁଣା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଯାଏଁ ଏହି ନୂଆ ଭାରିଏଣ୍ଟ ୫ଟି ଦେଶରେ ବ୍ୟାପି ସାରିଲାଣି। ଭାରତରେ ଏଯାଏଁ ଏହି ଭାରିଏଣ୍ଟର କୌଣସି ମାମଲା ସାମ୍ନାକୁ ଆସି ନାହିଁ। ଯଦି ଏହା ଆହୁରି ଅଧିକ ସଂକ୍ରମାକ ହୋଇ ଭାରତକୁ ପ୍ରବେଶ କରେ ତେବେ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!