ପୋଲସରା, (ବାଘୁଆବାର୍ତ୍ତା): ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ପ୍ରତିନିଧି ଭାବେ ଦୈନିକ ଖବର କାଗଜ ‘ସମାଜ’ରେ କାର୍ଯ୍ୟରତ ଥିଲେ । କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ସୂଚନାନୁସାରେ, ଦୈନିକ ଖବରକାଗଜ ‘ସମାଜ’ର ପୋଲସରା ବ୍ଲକ୍ ପ୍ରତିନିଧି ଭାବେ କାର୍ଯ୍ୟରତ ଥିବା କିଶୋର ଦାସ କିଛିଦିନ ତଳେ କୋଭିଡ୍ ପଜେଟିଭ୍ ଥିବା ଚିହ୍ନଟ ହୋଇ ଶୀତଳପଲ୍ଲୀ ସ୍ଥିତ ଟାଟା ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବିଳମ୍ବିତ ରାତି ସାଢେ ୨ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ଦେହାନ୍ତ ହେବା ଖବର ଶୁଣିବା ପରେ ପୋଲସରା ସାମ୍ବାଦିକମାନଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।






