Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିକାକେନ୍ଦ୍ରରେ ଠେଲାପେଲାକୁ ନେଇ ପୁଲିସର ଲାଠି ଚାଳନା

by ସଞ୍ଜୟ ସ୍ୱାଇଁ
July 30, 2021
in Health, State
ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିକାକେନ୍ଦ୍ରରେ ଠେଲାପେଲାକୁ ନେଇ ପୁଲିସର ଲାଠି ଚାଳନା
48
VIEWS
Share on FacebookShare on Twitter

ବାଲୁଗାଁ, (ବାଘୁଆବାର୍ତ୍ତା): କରୋନା ଟିକା ନେବା ପାଇଁ ଆସି ଟିକାକେନ୍ଦ୍ରରେ ଠେଲା ପେଲା କରୁଥିଲେ। ପୁଲିସ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଲା। ଜୀବନ ବିକଳରେ ଯିଏ ଯେମିତି ପାରିଲା ଦୌଡ଼ି ପଳାଇଗଲେ। ଅଧାରୁ ବନ୍ଦ ରହିଲା ଟିକାକରଣ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘଟିଛି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କୃତିବାସ ଭବନକୁ ଟିକାକରଣ କେନ୍ଦ୍ର ଭାବେ ଚୟନ କରାଯାଇଥିଲା। ଏଠାକୁ ୪୩୦ କରୋନା ଟିକା ଡୋଜ୍‌ ଆସିଥିଲା। ପ୍ରଥମ ଡୋଜ ପାଇଁ ୩୫୦, ଦ୍ୱିତୀୟ ଡୋଜ ୫୦ ଓ ଗର୍ଭବତୀଙ୍କ ପାଇଁ ୩୦ ଡୋଜ ଆସିଥିଲା। ସକାଳ ପରଠାରୁ ଲୋକମାନେ ଟିକା ନେବା ପାଇଁ ଭିଡ୍‌ ଜମାଇଥିଲେ। ମାତ୍ର ଟୋକନ୍‌ ସରିଯିବା ପରେ ଟିକାକେନ୍ଦ୍ରରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଟୋକନ୍‌ ପାଇନଥିବା ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇଁ କେନ୍ଦ୍ରରେ ପହଞ୍ଚିଥିଲା ପୁଲିସ। ପ୍ରଥମେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ଅବୁଧା ଲୋକମାନେ ବୁଝିନଥିଲେ। ଶେଷରେ ପୁଲିସ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଥିଲା। ମାଡ଼ ଖାଇବା ପରେ ଟିକା ନେବା ପାଇଁ ଆସିଥିବା ଲୋକମାନେ ଛତ୍ର ଭଙ୍ଗ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେପଟେ ଟିକାଦାନ ଅଧାରୁ ବନ୍ଦ ରହିଲା। ଟିକା ନେବା ପାଇଁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି-“ଟିକା ନେବା ପାଇଁ କାଲିଠାରୁ ଲାଇନ୍‌ ଦେଇଥିଲୁ। ଆଜି ସକାଳେ ହଠାତ ଟିକାକେନ୍ଦ୍ର ଗେଟ୍‌ ଖୋଲିଦେଲେ। ସମସ୍ତେ ଏକାଥରେ ଠେଲାପେଲା ହୋଇ ଭିତରେ ପଶିଗଲେ। ଏହା ପରେ ପୁଲିସ ମାଡ଼ ମାରିଲା। ଆମକୁ ପୁଲିସୁ ନିର୍ଧୁମ ପିଟିଲା।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!