ନୟାଗଡ଼ (ବାଘୁଆବାର୍ତ୍ତା): କରୋନାର ଦ୍ୱିତୀୟ ଲହରରେ ନୟାଗଡ଼ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୋଗି ମାନଙ୍କ ସୁବିଧା ପାଇଁ ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଇଛି । ସକାଳ ୯ଘଟିକାରୁ ରାତ୍ରି ୯ଘଟିକା ପର୍ଯ୍ୟନ୍ତ ସୁନୀତା ସ୍ୱାଇଁ ଫୋନ ମାଧ୍ୟମରେ ପରାମର୍ଶ ଦେବେ । ସେହିପାରି ଭାବେ ରାତ୍ରି ୯ରୁ ସକାଳ ୯ ପର୍ଯ୍ୟନ୍ତ ପ୍ରଦ୍ୱିମ୍ନ ସ୍ୱାଇଁ ପରାମର୍ଶ ଦେବେ । କୋଭିଡ କେୟାର ପକ୍ଷରୁ ଏକ ଟେଲିଫୋନ ନମ୍ବର-୯୩୪୮୯୬୧୮୪୮ ଜାରି କରାଯାଇଛି ।






