ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱରରେ ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍ କେୟାର ସେଣ୍ଟର। କୋଭିଡ୍ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି। ହାଇଟେକ ଓ କିମ୍ସ ମେଡିକାଲ୍କୁ କ୍ଲୋଜର ନୋଟିସ୍ ଦେଇଛି ବିଏମ୍ସି। ସମ୍ ଓ ଅଶ୍ୱିନୀରେ ବେଡ୍ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ। ଗତକାଲି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୧୫୬୧୯୩ ଜଣ କୋଭିଡ୍ରେ ଆକ୍ରାନ୍ତ ହୋଇନ୍ତି। ସେଥିରୁ ୧୧୮୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୪୪୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୭୨ ଜଣ ବିଭିନ୍ନ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛି। ଧୀରେ ଧୀରରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କୋଭିଡ୍ କେୟାର ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।






