ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେନ୍ଦ୍ରର ଅବହେଳା ଯୋଗୁଁ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ଦେଖା ଦେଇଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଟିକା ଦେଉନାହାନ୍ତି । ଟିକା ଅଭାବରୁ ଧାର୍ଯ୍ୟ ଥିବା ଲକ୍ଷ ପୁରଣ ହୋଇ ପାରୁନାହିଁ । ଫଳରେ ଗତକାଲି ୪୯ ହଜାର ଟିକା ଲୋକଙ୍କୁ ଦିଆଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେଉନଥିବାରୁ ରାଜ୍ୟର ୧୬ଟି ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଛି । ୧୯ହଜାର ଡୋଜ୍ କୋଭିସିଲଡ୍ ଟିକା ମହଜୁଦ୍ ରହିଛି । ସେହିପରି ୩ଲକ୍ଷ କୋଭାକ୍ସିନ୍ ଟିକା ମଧ୍ୟ ମହଜୁଦ୍ ଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନଥିବାରୁ ଆଜି ରାଜ୍ୟର ମାତ୍ର ୧୧୪ଟି ସ୍ଥାନରେ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି । ସେଥିରୁ ୭୨ଟି ସେସନ କେବଳ ଭୁବନେଶ୍ବରରେ ହୋଇଛି । ଜୁନ ମାସର କୋଟା ପରେ ଆଉ ୬ ଲକ୍ଷ ଟିକା ଦେବାକୁ କେନ୍ଦ୍ର ସରକାରଙ୍କୁ ମଗାଯାଇଛି । ମାତ୍ର ଏହି ଟିକା ଏପର୍ଯ୍ୟନ୍ତ ରାଜ୍ୟରେ ପହଞ୍ଚିନି । ତେବେ ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଟିକା ମିଳିବା ଉପରେ ନିର୍ଭର କରୁଛି ରାଜ୍ୟରେ ଲକ୍ଷ୍ୟ ପୂରଣ ହେବ ନା ନାହିଁ ।





