ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦୀର୍ଘ ବର୍ଷେ ହେବ ରାଜ୍ୟରେ ମହାମାରୀ କୋଭିଡ୍-୧୯ ଭାଇରସ୍ କାୟା ବିସ୍ତାର କରି ଚାଲିଥିବା ବେଳେ ଛାପା ଓ ବୈଦ୍ୟୁତିକ ଗଣାମାଧ୍ୟମ ପ୍ରତିନିଧିମାନେ ଜୀବନକୁ ଜଳାଞ୍ଜଳୀ ଦେଇ ଖବର ପରିବେଷଣ କରିଥିଲେ । ସେମାନଙ୍କୁ ସମ୍ମୁଖ କୋଭିଡ୍ ଯୋଦ୍ଧାର ମାନ୍ୟତା ଓ କୋଭିଡ୍ ଟିକାକରଣରେ ସାମିଲ କରିବା ନେଇ ଆଜି ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥି ସହିତ ପାନୀୟ ଜଳ ଓ ବୈଦ୍ୟୁତିକ କର୍ମଚାରୀଙ୍କ ପାଇଁ ସମାନ ଦାବି ଉପସ୍ଥାପନ କରିଛନ୍ତି ।






