ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶାକୁ ପୁଣି ଫେରିଲାଣି ମହାମାରୀ କରୋନା ଭାଇରସ୍ । ରାଜ୍ୟରୁ କିଛି ଦିନ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ଥମିଯାଇଥିବା ବେଳେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ପାଲଟିଛି । ସେଥିପାଇଁ ରାଜ୍ୟକୁ ପୁଣି ଆଉ ଥରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଜିଲ୍ଲାକୁ ନାଇଟ୍ କର୍ଫ୍ୟୁ ଜାରି କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝରସୁଗୁଡ଼ା, ମାଲକାନଗିରି, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ ମୟୁରଭଞ୍ଜ ଜିଲ୍ଲା । ଏହି ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ । ରାତ୍ରି କାଳିନ କର୍ଫ୍ୟୁରେ ଜରୁରୀ କାଳୀନ ସେବାକୁୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସ୍ଥା ବନ୍ଦ ରହିବ ।






