ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ପାଇଁ ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ କୋଭିଡ୍ ଭ୍ୟାକସିନ୍ ଦେବା ଆରମ୍ଭ ହୋଇଥିଲା । ତେବେ ଭ୍ୟାକସିନର ସେକେଣ୍ଡରେଡାଜ୍ ଦେବା ପାଇଁ ଜିଲ୍ଲା ପ୍ରଶାସନ ତତପରତା ଦେଖାଇଛି । ଜିଲ୍ଲାର ୮ଟି ବ୍ଲକରେ ଭ୍ୟାକସିନ୍ ଦେବାର ବନ୍ଦୋବସ୍ତ କରାଯାଇଛି । ଭାପୁର ବ୍ଲକର ବାଘୁଆପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗଣିଆ ବ୍ଲକର କିଶୋର ପ୍ରସାଦ ଆର୍ୟୁବେଦିକ୍ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଥିବା ବେଳେ ଖଣ୍ଡପଡ଼ା ବ୍ଲକ୍ର ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରଣପୁର ବ୍ଲକର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆସନ୍ତା କାଲି ଠାରୁ ଟିକାକରଣ ବ୍ୟବସ୍ଥା କରାଯାଇଛି । ସେହିଭଳି ନୂଆଗାଁ ବ୍ଲକର ବାହାଡ଼ାଝୋଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ । ଓଡ଼ଗାଁ ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଡ଼ିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକାକରଣ କରାଯିବ । ନେସହିଭଳି ଯଦି ନୟାଗଡ଼ ବ୍ଲକ୍ କଥା ଦେଖିବା ତେବେ ଇଟାମାଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଠିପବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ନୟାଗଡ଼ ପୌରପରିଷଦ ଅଞ୍ଚଳର ବଜେନ୍ଦ୍ର ହାଇସ୍କୁଲ୍ ପରିସରରେ କୋଭିଡ୍ ଟିକାକରଣ କରାଯିବା ନେଇ ବନ୍ଦୋବସ୍ତ କରାଯାଇଛି । ତେବେ ଯେଉଁ ବ୍ୟକ୍ତିମାନେ ୪୫ବର୍ଷରୁ ଉର୍ଦ୍ଧ ହୋଇଥିବେ ଏବଂ କୋଭିଡ୍-୧୯ର ସେକେଣ୍ଡ ଟିକା ନେବାକୁ ବାକି ଅଛି ସେମାନଙ୍କୁ ସେକେଣ୍ଡ ଡୋଜର କୋଭିଡ୍ ଟିକା ଦିଆଯିବ ବୋଲି ସୂଚନା ମିଳିଛି ।





