ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ନେଇଛି ଅନେକ ଜୀବନ । ମହାମାରୀ କରୋନା କାଳରେ ଦେଖିବାକୁ ମିଳିଲାଣି ଅନେକ ପରିବର୍ତ୍ତନ । ପରିବାର ମେଣ୍ଟାଇବାକୁ ନେଇ ଅନେକ ଲୋକଙ୍କୁ ବଦଳାଇ ଦେଇଛି ଜୀବନ ଜିବିକାର ଖେଳ । ବଡ଼ ବଡ଼ ଉଚ୍ଚ ଶିକ୍ଷିତ ଗ୍ରାମାଞ୍ଚଳରେ ଆସି ଚାଷ ପ୍ରତି ମୋହ ଦେଖେଇ ଲେଣିତ ଆଉ କିଏ ଚା, ଜଳଖିଆ ବେପାର କଲେଣି ତ ଆଉ କିଏ ସେଲୁନ୍ ଖୋଲିଲେଣି । ଏହି ପରି ଏକ ଘଟଣା ନୟାଗଡ଼ ସଦରରେ ଦେଖିବାକୁ ମିଳିଛି । ନୟାଗଡ଼ ପୁରୁଣା ସହରର ସୌଦାଗର ବାରିକ ଓ ତାଙ୍କ ବନ୍ଧୁ ପ୍ରଶାନ୍ତ ଡାକୁଆ ମିଳିତ ଭାବେ ଏକ ସେଲୁନ୍ ଖୋଲି ନିଜ ପରିବାର ପ୍ରତି ପୋଷଣ କରୁଥିଲେ । ଉଭୟ ବନ୍ଧୁଙ୍କ ପାଇଁ ବେଉସା ନିସା ପାଲଟିଥିଲା । ହେଲେ କରୋନା ଦୁଇ ବନ୍ଧୁଙ୍କ ବେଉସାର ନିସା ଛଡାଇ ନେଇଛି । ଲକଡାଉନ୍ ସମୟରେ ସେଲୁନ୍ ବନ୍ଦ ରହୁଥିବାରୁ, ସେ ଏବେ ପରିବାର ପ୍ରତି ପୋଷଣ କରିବା ପାଇଁ ସେଲୁନ୍ ଦୋକାନ ଆଗରେ ପରିବା ବେପାର କରୁଥିବା ଦେଖିବାକୁ ମିଳିଛି । ଭଲ ରୋଜଗାର ନହେଉଥିଲେ ମଧ୍ୟ ମୁଠାଏ ଖାଇବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।





