ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): କରୋନା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦପୁର ଠାରେ କରୋନା କୋଭିଡ୍-୧୯ ହେଲ୍ଥ ସେଣ୍ଟର୍ କାର୍ଯ୍ୟକ୍ଷମ କରାଯାଇଛି। ଖଣ୍ଡପଡ଼ାରେ କୋଭିଡ୍-୧୯ କେୟାର ହସ୍ପିଟାଲ ଏବଂ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲଠାରେ ଆଉ ଏକ କୋଭିଡ୍-୧୯ କେୟାର ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶ୍ୱେତ କୁମାର ମହାପାତ୍ର, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ବନଖଣ୍ଡ ଅଧିକାରୀ ଧନାରଜ ଏଚ. ଡି, ଯୋଗଦେଇ ଚାନ୍ଦପୁରରେ କୋଭିଡ୍-୧୯ ହେଲ୍ଥ ସେଣ୍ଟରକୁ କାର୍ଯ୍ୟକ୍ଷମ କରିଛନ୍ତି । ସୂଚନା ମୁତାବକ ଏହି କୋଭିଡ୍-୧୯ ହସ୍ପିଟାଲ ପାଇଁ ମାଇକ୍ରୋବାୟୋଲୋଜିଷ୍ଟ ୧ଜଣ, ଷ୍ଟାଫ୍ ନର୍ସ୧୦ଜଣ, ଫାର୍ମାସିଷ୍ଟ ୯ଜଣ, ଲାବ୍ରୋଟରି ଟେକ୍ନିସିଆନ୍ ୭ଜଣ, ରେଡିଓଗ୍ରାଫର ୨ଜଣ, ଏବ୍ପିଏଚ୍ଡବ୍ଲୁ ମହିଳା ୫୫ଜଣ ଏବଂ ପୁରୁଷ ୧୬ଜଣ ସମୁଦାୟ ୧୦୦ଜଣ ବୈଷୟିକ ଜ୍ଞାନକୌଶଳକାରୀ କୋଭିଡ୍ କେୟାର୍ ହସ୍ପିଟାଲରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି ଡାକ୍ତରଖାନାରେ ୧୩ ଜଣ ଡାକ୍ତର ନିଯୁକ୍ତ ହୋଇଛନ୍ତି ।






