ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୁତାଣୁର ନାମକରଣ ହୋଇଛି । ଯାହାର ନାଁ ଦିଆଯାଇଛି ଡେଲଟା ଭାରିଏଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଥମଥର ପାଇଁ କରୋନା ଭୂତାଣ ଷ୍ଟ୍ରେନର ନାମକରଣ କରାଯାଇଛି । ଦେଶରେ ଦେଖାଯାଇଥିବା କରୋନାର ମ୍ୟୁଣ୍ଟାଟ.ବି ୧୬୧୭.୨ ହୋଇଥିବା ବେଳେ ଏହାକୁ ଭାରତ ଭାରିଏଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ । ଏବେ ହୁ ଏହାର ନା ଡେଲଟା ରଖିଛି । ଇଂଲଣ୍ଡରେ ଦେଖା ଦେଇଥିଲା କରୋନ ଷ୍ଟ୍ରେନର ନାଁ ‘କାପା’ ରଖାଯାଇଥିଲା । ସେହିପରି ଦକ୍ଷିଣ ଆଫ୍ରିକାରେ ଷ୍ଟ୍ରେନର ନାଁ ‘ବିଟା’ ଓ ବ୍ରାଜିଲ୍ରେ ‘ଗାମା’ରଖାଯାଇଛି । ଏଥରସହ ବିଶ୍ୱରେ ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଏଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୨୪ଟି ଅକ୍ଷରକୁ ନେଇ ଆଲଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ନାମକରଣ ପ୍ରଣାଳୀରେ ବିଶେଷଜ୍ଞ, ଅଣ-ଆଣବିକ, ଜୀବାଣୁ ଟକ୍ସୋନୋମିକ୍ ବିଶେଷଜ୍ଞ, ରାଷ୍ଟ୍ରୀୟ ପ୍ରାଧିକରଣ ସାମିଲ ହୋଇଥିଲେ ।






