ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି । କରୋନାରେ ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲ ଚିକିତ୍ସିତ ହେଉଥିବା ବେଳେ କରୋନା ମହାମାରୀ କାଳ ସାଜି ସେମାନଙ୍କ ଜୀବନ ନେଉଛି । ପ୍ରତ୍ୟେକି ଦିନ ରାଜ୍ୟର କୋଉଠି କୋଉଠି କରୋନାରେ ମୃତ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ଜଣେ ସେବା ସମବାୟ ପ୍ୟାକ୍ସର ସଂପାଦକଙ୍କ କରୋନାରେ ମୃତ ହୋଇଥିବା ଜଣାପଡିଛି । ସୂଚନାନୁସାରେ, କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତ ଅଞ୍ଚଳର ଫକିର ଚରଣ ବେହେରା(୫୯) କିଛିଦିନ ତଳେ କୋଭିଡ୍ ସଂକ୍ରମିତ ହେବା ଚିହ୍ନଟ ହେବା ପରେ ସେ ସଦଗୁରୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସେ ଫୁଲପଡ଼ା ସେବା ସମବାୟ ସମିତିରେ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ ।






