ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ମୋଟ ୨୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାପୁର ବ୍ଲକରେ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ, ଦଶପଲ୍ଲାରେ ୧୨, ଗଣିଆରେ ୧୦, ଖଣ୍ଡପଡାରେ ୨୪, ନୟାଗଡ଼ ବ୍ଲକରେ ୫୩, ନୂଆଗାଁ ବ୍ଲକରେ ୪୦, ଓଡଗାଁ ବ୍ଳକରେ ୪୯, ରଣପୁର ବ୍ଳକରେ ୩୫ ଓ ନୟାଗଡ଼ ମୁନିସିପାଲଟିରେ ମୋଟ ୩୬ ଜଣ ଚିହ୍ନଟ ହୋଇଛନ୍ତି ।





