ନୟାଗଡ଼ ,(ବାଘୁଆବାର୍ତ୍ତା): ମହାମାରୀ କରୋନାକୁ ଦୃଷ୍ଟି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ମାସ ୧୦ତାରିଖରୁ କରୋନା ଭ୍ୟାକସିନର ସେକେଣ୍ଡ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । ୪ଦିନ ଧରି ଜିଲ୍ଲାର ବିଭିନ୍ନସ୍ଥାନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ ଟିକାକରଣ କରାଯାଇଛି । ଆସନ୍ତା କାଲି ଦଶପଲ୍ଲା ବ୍ଲକର କଳସଖମଣ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୪ତାରିଖ ଦିନ ସକାଳୁ ଭ୍ୟାକସିନର ସେକେଣ୍ଡ ଡୋଜ୍ ଟିକାକରଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।





