ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାମ୍ବାଦିକମାନଙ୍କ ପାଇଁ ବଡ଼ ଖବର । ଏଣିକି ସାମ୍ବାଦିକ ମାନଙ୍କୁ କୋଭିଡ୍ ଟିକା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ତୁରନ୍ତ ଟିକା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଜିଲ୍ଲା ସ୍ତରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧରକାରି(ଡିଆଇପିଆରଓ) ସଂଯୋଜନାରେ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିବା ପରେ ଆଜି ସାମ୍ବାଦିକ ମାନଙ୍କ ପାଇଁ କୋଭିଡ୍ ଟିକାର ବ୍ୟବସ୍ଥା କରାଯାଇଛି । ସାମ୍ବାଦିକ ମାନେ କୋଭିଡ୍ ସମୟରେ ନିର୍ଭୀକ କାର୍ଯ୍ୟ ସଂପାଦନ କରୁଛନ୍ତି ।






