Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୟ ବଢ଼ାଉଛି କରୋନା:ମାନୁନାହାନ୍ତି ଅମାନିୟା

by ସଞ୍ଜୟ ସ୍ୱାଇଁ
April 25, 2021
in Feature News, State
ଭୟ ବଢ଼ାଉଛି କରୋନା:ମାନୁନାହାନ୍ତି ଅମାନିୟା
136
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ମଧ୍ୟ ଜିଲ୍ଲାରେ ୩୧୮ ଜଣସଂକ୍ରମଣ ହୋଇଛନ୍ତି । କିଛିଦିନ ହେବ କରୋନା ର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି। ଡାବୁଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ପ୍ରତିଦିନ ୨ ରୁ ୩ ଜଣ କରୋନା ଭୁତାଣୁ ର ସଂକ୍ରମଣ ହେଉଥିବା ବେଳେ ଏହି ସଂକ୍ରମଣ ଦିନକୁ ଦିନ ବଢିବା ଦେଖି ଡାବୁଗାଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଅଧିକାଂଶ ଲୋକ କୋଭିଡ କଟକଣା ମାନୁ ନାହାନ୍ତି । ଏହିଭଳି ପରିସ୍ଥିତିରେ ଲୋକେ ନିଜେ ନିଜର ସୁରକ୍ଷା କରିବା ଆବଶ୍ୟକ ରହିଛି । ମାସ୍କ ପିନ୍ଧିବା , ସାମାଜିକ ଦୂରତା କୁ ବଜାୟ ରଖିବା , ବିନା କାରଣରେ ବାହାରକୁ ନ ବାହାରିବା , ଗହଳି ସ୍ଥାନକୁ ବର୍ଜନ କରିବା ଭଳି ନିୟମ କୁ ଯଦି ସମସ୍ତେ ପାଳନ କରନ୍ତି ତାହେଲେ ସଂକ୍ରମଣ କୁ ରୋକାଯାଇ ପାରିବ ବୋଲି ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ମତବ୍ୟକ୍ତ କରିଛନ୍ତି । ଏହି ସଂକ୍ରମଣ କୁ ରୋକିବା ରେ ଡାବୁଗାଁ ଅଂଚଳର ଦୋକାନୀ ଭାଇ ମାନଙ୍କ ସହଯୋଗ ଦରକାର ବୋଲି ସେ କହିଛନ୍ତି । ଏହି କରୋନା ମହାମାରୀର ଦ୍ବିତୀୟ ଲହର ପୂର୍ବରୁ ସ୍ଥାନୀୟ ପ୍ରଶାସନ ଡାବୁଗାଁ ରେ ୮୦ ଶଯ୍ୟା ବିଶିଷ୍ଠ ୨ ଟି ଅସ୍ଥାୟୀ ସେବା କେନ୍ଦ୍ର କରାଯାଇଛି ଏବଂ ୨ ଟି କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି ଡାବୁଗାଁ ବିଡ଼ିଓ ରଞ୍ଜିତା ମେରୀ ନାୟକ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!