ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ସାରା ରାଜ୍ୟକୁ ଶନିବାର ଓ ରବିବାର ଦୁଇଦିନ ସଟଡାଉନ୍ ଘୋଷଣା କରିଛନ୍ତି । ବିଭିନ୍ନ ରାଜ୍ୟ ସ୍ଥିତିକୁ ନେଇ ଅନୁଧ୍ୟାନ । ଯୁବ ବର୍ଗ ଓ ଶିଶୁ ସଂକ୍ରମିତ ହେଉଛନ୍ତି । ଏନେଇ ଏସଆରସିଙ୍କ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୨୪ ତାରିଖରୁ ଏହା ଲାଗୁ କରାଯିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକ ବ୍ୟବସ୍ଥା ଖୋଲା ରହିବ । ଜାତୀୟ ରାତପଥ ପାଶ୍ୱର୍ ଢାବା, ପ୍ରେଟୋଲ ପମ୍ପ ଖୋଲା ରହିବ । ଜରୁରୀ ସେବା କର୍ମଚାରୀ ପାସ ଦେଖାଇ ଯାଇ ପାରିବେ । ଷ୍ଟେସନ, ବିମାନ ବନ୍ଦର ଯାଉଥିବା ଗାଡ଼ିକୁ ଅନୁମତି ମିଳିବ । ସପ୍ତାହନ୍ତ ସଟଡାଉନ ସବୁ ସହରାଞ୍ଚଳରେ କାର୍ଯ୍ୟକାରୀ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନେ ଯିବା ଆସିବେ କରି ପାରିବେ । ଅଙ୍ଗନବାଡ଼ି, ସ୍କୁଲ, କଲେଜ ବନ୍ଦ ରହିବ । ରୋଗୀ କାଗଜପତ୍ର ଦେଖାଇ ଯାଇ ପାରିବେ ।





