ନୟାଗଡ଼,(ବାଘୁଆବାର୍ତ୍ତା): ମହାମାରୀ କରୋନା ଭାଇରସ୍ କିଛି ଦିନ ହେଲା ଥମିଯାଇ ଥିବା ବେଳେ ପୁଣି ସକ୍ରିୟ ହୋଇଛି ମହାମାରୀ କରୋନା ଭାଇରସ୍ । ଜିଲ୍ଲାରେ କରୋନା ସଂଖ୍ୟା ଶୂନ ଥିବା ବେଳେ ବର୍ତ୍ତମାନର ଅପଡେଟ୍ ଖବର ଅନୁସାରେ ଆକ୍ରାନ୍ତ ସଂଖ୍ୟା ୨୦ରେ ପହଞ୍ôଚଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବର୍ତ୍ତମାନ ବଢିବାରେ ଲାଗିଛି । ୩/୪ଦିନ ଭିତରେ କରୋନାରେ ୧୩ଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଆଜି ୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ୭ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତାମନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୦ରେ ପହଞ୍ôଚଛି ।






