ନୟାଗଡ଼,(ବାଘୁଆବାର୍ତ୍ତା): ମହାମାରୀ କୋଭିଡ୍-୧୯ ଦିନକୁ ଦିନ କାୟା ବିସ୍ତାରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାନୁସାରେ, ଝାରସୁଗୁଡ଼ା ଜିଲ୍ଲାକୁ ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କରୋନା ଭାଇରସ୍ ପୁଣି ଲେଉଟାଣି ହୋଇଛି । ଯାହାକି ଜିଲ୍ଲା ବାସୀଙ୍କୁ ଆତଙ୍କିତ କରିଥିବା ବେଳେ ସେଥିରୁ ରକ୍ଷା ପାଇବା ପାଇଁ ଜିଲ୍ଲାପାଳ କଡ଼ା ନିଷ୍ପତ୍ତି ନେଇ ଝାରସୁଗୁଡ଼ା ହାଟକୁ ୩ସପ୍ତାହ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ଟ୍ୟୁଇଟ୍ କରିଛନ୍ତି । ତତସହିତ ଜିଲ୍ଲାବାସୀ ସର୍ତକ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।






