Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେଉଁ କେଉଁ ସଦସ୍ୟ ଆଦୌ ଟିକା ନେଇନାହାନ୍ତି ଆଜିଠୁ ଘରକୁ ଘର ବୁଲିବେ ସ୍ୱାସ୍ଥ୍ୟକର୍ମୀ

by ସଞ୍ଜୟ ସ୍ୱାଇଁ
November 2, 2021
in Health, State
କେଉଁ କେଉଁ ସଦସ୍ୟ ଆଦୌ ଟିକା ନେଇନାହାନ୍ତି  ଆଜିଠୁ ଘରକୁ ଘର ବୁଲିବେ ସ୍ୱାସ୍ଥ୍ୟକର୍ମୀ
93
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜିଠୁ ଘରକୁ ଘର ଯିବେ ସ୍ୱାସ୍ଥ୍ୟକର୍ମୀ । ରାଜ୍ୟରେ ‘ହର ଘର ଦସ୍ତକ ଅଭିଯାନ’ଆରମ୍ଭ ହେବ । ପରିବାରରେ କେଉଁ କେଉଁ ସଦସ୍ୟ ଆଦୌ ଟିକା ନେଇନାହାନ୍ତି? ଯଦି ନେଇଛନ୍ତି ଉଭୟ ଡୋଜ୍‌ ନା କେବଳ ପ୍ରଥମ ଡୋଜ୍‌ ନେଇ ରହିଯାଇଛନ୍ତି । ଏ ସବୁର ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ବି ୩୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି । ସେମାନଙ୍କ ସମୟ ହୋଇଯାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଟିକା ନେବାକୁ ଆସୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୭୨ ହଜାର ଡୋଜ୍‌ ଟିକା ରାଜ୍ୟରେ ଦିଆସରିଲାଣି । ୨ କୋଟି ୫୭ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୧ କୋଟି ୧୫ ଲକ୍ଷ ଲୋକ ଉଭୟ ଡୋଜ୍‌ ନେଇ ସାରିଲେଣି । ରାଜ୍ୟରେ ପାଖାପାଖି ୭୯% ଲୋକ ଟିକା ଅତିକମ୍‌ରେ ପ୍ରଥମ ଡୋଜ୍‌ ଟିକା ନେଇ ସାରିଲେଣି । ‘ହର ଘର ଦସ୍ତକ ଅଭିଯାନ’ ଆରମ୍ଭ ହେଲେ ରାଜ୍ୟରେ ଟିକାକରଣ ବଢ଼ିବ । ଡିସେମ୍ବର ମାସ ସୁଦ୍ଧା ୧୦୦% ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବଡ଼ ବଡ଼ ଗାଁ ରେ ଏଣିକି ଟିକାକରଣ କେନ୍ଦ୍ର ଖୋଲିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୬୦୦ ଟିକାକରଣ କେନ୍ଦ୍ରରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି । ସୋମବାର ରାଜ୍ୟରେ ୩୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷଣ ୬୩ହଜାର୬୫୧କୁ କମିଛି । ଅର୍ଥାତ ୦.୫%କୁ ଖସିଛି ପଜିଟିଭ୍‌ ହାର । ବଲାଙ୍ଗୀରରେ ୧୦, କଟକରୁ ୩୨, ଖୋର୍ଦ୍ଧାରେ ୧୫୨, ମୟୂରଭଞ୍ଜରେ ୨୮କୁ ଛାଡ଼ିଦେଲେ ସବୁଠି ସଂଖ୍ୟା ୧୦ ତଳେ ରହିଛି । ଅନୁଗୁଳ, ବରଗଡ଼, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କୋରାପୁଟ୍‌, ନବରଙ୍ଗପୁର ଓ ନୂଆପଡ଼ା । ଏହି ୮ ଜିଲ୍ଲାରୁ ସୋମବାର ନମୁନା ପରୀକ୍ଷା ହୋଇଥିଲେ ମଧ୍ୟ ଜଣେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏହି ଜିଲ୍ଲାଗୁଡ଼ିକରେ କରୋନା ଶୂନ୍ୟ ରହିଛି । ଏପଟେ ୩ ଜଣ କରୋନାରେ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଅନୁଗୁଳ,ବାଲେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଁଏ ରହିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!