ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲେଖିଥିବା ଚିଠିକୁ ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ଘରୋଇ ମେଡିକାଲରେ କୋଭିଡ୍ ଟିକାକରଣ ନେଇ ମିଳିଲା ଅନୁମତି । ଏନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସିଏସସି ପ୍ରଦୀପ୍ତ ମହାପାତ୍ର । ସୂଚନାନୁସାରେ, ମହାମାରୀ କୋଭିଡ୍ ଟିକା ଘରୋଇ ମେଡିକାଲରେ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ । ଯାହାକୁ କେନ୍ଦ୍ର ସରକାର ଏହାର ଅନୁଧ୍ୟାନ କରି ଓଡ଼ିଶା ରାଜ୍ୟରେ ଥିବା ୧୮୩ ଟି ଘରୋଇ ମେଡିକାଲରେ କୋଭିଡ-୧୯ ଟିକାକରଣ କରାଯିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅନୁମତି ଦେଇଥିବା ଜଣାପଡିଛି ।





