ଓଡଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁରେ ସୋମବାର ଦେୱାନୀ ସହାକାରୀ ଦୈାରାଜଜଙ୍କ କୋର୍ଟ ଆଜି ଭର୍ଚୁଆଲ ସଭା ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାନ୍ୟବର ମୁଖ୍ୟ ବିଚାରପତି ଡ.ଏସ.ମୂରଲୀଧର ଏହାକୁ ଉଦଘାଟନ କରିଥିଲେ । ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ପ୍ରମୋଥ ପଟ୍ଟନାୟକ ନିମନ୍ତ୍ରୀତ ଅତିଥି ଭାବେ ଉଦଘାଟନୀ ସଭାରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାଜଜ ରୁପଶ୍ରୀ ଚୈାଧୁରୀ, ଓଡ଼ଗାଁ କନିଷ୍ଠ ବିଭାଗ ଦେୱାନୀ ମାଜିଷ୍ଟ୍ରେଟ ଅପୁର୍ବ ରାୟ, ନ୍ୟାୟାଧିକାରୀ ସୁଧାବାଇ ଅଗ୍ରୱାଲ ଏବଂ ନବ ନିଯୁକ୍ତ ବିଚାରପତି ଶିବାଶିଷ୍ ଗିରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ୫୦ ହଜାର ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଜମିଜମା ସଂକ୍ରାନ୍ତୀୟ ମାମଲା, ବଡ଼ ଡକାୟତୀ ଘଟଣା ଏବଂ ଆଟେମ୍ପଟ ମଡ଼ର ଇତ୍ୟାଦି କେତେକ ଗୁରୁତ୍ୱପୁର୍ଣ୍ଣ ମାମଲାଗୁଡ଼ିକ ଦୈାରାଜର୍ଜଙ୍କ କୋର୍ଟରେ ବିଚାର ହୋଇପାରିବ ବୋଲି ସୂଚନା ମିଳିଛି । ଏଥି ପୂର୍ବରୁ ଉକ୍ତ ଘଟଣା ଜନିତ ମାମଲା ପାଇଁ ନୟାଗଡ଼ ଯିବାକୁ ପଡୁଥିଲା । ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ବାର ଆସୋସିଏସନ ସଭାପତି ପବିତ୍ର ମୋହନ ସାହୁ ଏବଂ ସମ୍ପାଦକ ବସନ୍ତ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସହିତ ସମସ୍ତ ଆଇନଜୀବି ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।





