ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ କୋର୍ଟକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଆଜି ଅର୍ଥାତ ୮ ତାରିଖ ସକାଳ ୯ ଘଟିକାରୁ ୧୦ ତାରିଖ ସକାଳ ୯ ଘଟିକା ପର୍ଯ୍ୟନ୍ତ କୋର୍ଟକୁ ସଟ୍ଡାଉନ୍ ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହାର ସଠିକ କାରଣ ଜଣା ପଡ଼ି ନାହିଁ । କାହିଁକି କୋର୍ଟକୁ ବିଶୋଧନ କରିବାର ଆବଶ୍ୟକତା ପଡ଼ିଲା, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଅନ୍ୟପକ୍ଷେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦୁଇ ପ୍ରକାରର ସୂଚନା ଦିଆଯାଇଛି । ପ୍ରଥମେ ଗୋଟିଏ ପ୍ରକାର ସୂଚନା ଦିଆଯାଇଥିବା ବେଳେ ପରମୂହୂର୍ତ୍ତରେ ଏହାକୁ ପରିବର୍ତ୍ତନ କରାଯାଇଛି । ଯଦି କୋର୍ଟ କର୍ମଚାରୀ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ ଏ ନେଇ ସ୍ପଷ୍ଟ କରାଯିବା ସହ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନେ ଗୃହ ସଂଗରୋଧରେ ରହିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।






