ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ସାକେରୀ ହରିଜନ ସାହିରେ ୩ ବର୍ଷର ଶିଶୁ କନ୍ୟା ଖେଳୁଥିବା ସମୟରେ ତାଙ୍କ ମାତା ରୀଲା ନାଏକ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇ ସାରି ଘରକୁ ଫେରିଲା ପରେ ସେ ଦେଖିଲେ ତାଙ୍କର ଶିଶୁ କନ୍ୟା ଘରେ ନାହିଁ । ବହୁ ଖୋଜାଖୋଜି ପରେ ନ ପାଇବାରୁ ରୀଲା ନାଏକ ଏକ ନିଖୋଜ ରିପୋର୍ଟ ଓଡଗାଁ ଥାନାରେ ସେହି ଦିନ ଦେଇଥିଲେ । ଓଡ଼ଗାଁ ଥାନା କେସ ନଂ. ୧୫୫/୨୦୧୯ ଦଫା ୩୬୩ କେସ ପଞ୍ଜିକୃତ ହୋଇଥିଲା । ନିଖୋଜର ଦୁଇ ଦିନ ପରେ ଅର୍ଥାତ ନିଖୋଜ ସୋନାଲିର ମୃତ ଶରୀର ସେହି ଗ୍ରାମର ସନ୍ତୋଷ ନାଏକଙ୍କ ବାଡିପଟୁ ଏକ ଜରି ଅଖା ମଧ୍ୟରେ ବନ୍ଦା ହୋଇଥିବା ଅବସ୍ଥାରେ ଠାବ କରାଯାଇଥିଲା । ଓଡ଼ଗାଁ ପୋଲିସ ତଦନ୍ତରୁ ଜଣାଗଲା ଯେ ସେହି ଗ୍ରାମର ମୁନା ନାଏକଙ୍କ ସ୍ତ୍ରୀ ସଂଜୁ ନାଏକ, ମୁନା ନାଏକଙ୍କ ପିତା-ବୈକୁଣ୍ଠ ନାଏକ ପୂର୍ବ ଶତୃତାକୁ କେନ୍ଦ୍ର କରି ଉକ୍ତ ହତ୍ୟା କାଣ୍ଡରେ ସଂପୃକ୍ତ ଥାଇ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଶରୀରକୁ ଜରି ଅଖାରେ ବାନ୍ଧି ସନ୍ତୋଷ ନାଏକଙ୍କ ବାଡିପଟେ ଫିଙ୍ଗି ଦେଇଛନ୍ତି । ଉକ୍ତ ମକୋଦ୍ଦମା ଏସ.ଟି କେସ୍ ନଂ ୬୫/୩୦ ପଞ୍ଜିକୃତ ହୋଇ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଓଡ଼ଗାଁରେ ବିଚାର ଚାଲିଥିଲା । ୧୮ ଜଣ ସାକ୍ଷୀ ମାନଙ୍କ ବୟାନକୁ ଭିତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନସ ରଞ୍ଜନ ରଥ ଉଭୟଙ୍କୁ ଭାରତୀୟ ପିଙ୍ଗଳ କୋର୍ଟ ନଂ ୩୦୨/୩୪ ଧାରାରେ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ନଦେଇ ପାରିଲେ ଅତରିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ । ଭାରତୀୟ ପିଙ୍ଗଳ କୋର୍ଟ ଦଫା ୨୦୧/୩୪ ମତେ ୧ ବର୍ଷ ସଶ୍ରମ କାରାଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅତିରିକ୍ତ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବା ପାଇଁ ଏକ ଏøତିହାସିକ ରାୟ ପ୍ରଦାନ କରିଛନ୍ତି । ଉକ୍ତ ମକୋଦ୍ଦମାକୁ ଅତିରିକ୍ତ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରୁଥିଲେ ।





