ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଭାରତରେ ଜୁନ ଶେଷ ସୁଦ୍ଧା ପ୍ରାୟ ୯୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ । ସେହି ପରି ଅଗଷ୍ଟ ୩୧ ବେଳେକୁ ଦେଶରୁ ଭୂତାଣୁର ଦ୍ୱିତୀୟ ଲହର ବିଦାୟ ନେବ । ଏଭଳି ପୂର୍ବାନୁମାନ କରିଛନ୍ତି କୋଭିଡ-୧୯ର ଗାଣିତିକ ମଡେଲ ପ୍ରସ୍ତୁତ କରୁଥିବା ଦେଶର ଶୀର୍ଷ ସଂସ୍ଥାନ ମ୍ୟାଥମେଟିକାଲ ମଡେଲ ‘ସୂତ୍ର’ । ଆଇଆଇଟି ପ୍ରଫେସର ଏମ.ବିଦ୍ୟାସାଗର, ଆଇଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଓ ଲେଫ୍ଟନାଣ୍ଟ ଜେନେରାଲ ମାଧୁରୀ କାନିତକର ଏହି ମ୍ୟାଥମେଟିକାଲ ମଡେଲର ବିକାଶ କରିଛନ୍ତି । ଗାଣିତିକ ମଡେଲ ବିଶେଷଜ୍ଞଙ୍କ ଅନୁସାରେ ଜୁନ ୩୦ ସୁଧା ହାରାହାରି ଦୈନିକ ନୂଆ ସଂକ୍ରମଣ ୧୫ ହଜାର ୫୨୦କୁ ଖସି ଆସିଥିବା ୨୬ ମେ ଦୈନିକ ସଂକ୍ରମଣ ହାର ୨ଲକ୍ଷ ୮ ହଜାର ୯୨୧ ର ଏହା ହାରାହାରି ୭ ପ୍ରତିଶତରୁ ମଧ୍ୟ କମ । ଦେଶରେ କୋଭିଡ ସଂକ୍ରମଣ ମେ ୭କୁ ତାର ଚରମ ପର୍ଯ୍ୟାୟକୁ ପହଞ୍ଚିବ ବୋଲି ୩ ସଦସୀୟ ଜାତୀୟ କୋଭିଡ-୧୯ ସୁପରମଡେଲ କମିଟିର ମୁଖ୍ୟ ପ୍ରଫେସର ବିଦ୍ୟାସାଗର କହିଥିଲେ । ସେହି ଅନୁସାରେ ଏବେ ଦେଶରେ ନୂଆ ସଂକ୍ରମଣ ଓ ଆକ୍ଟିଭ ଓ ଆକ୍ଟିଭ ମାମଲା ସଂଖ୍ୟା ଏବେ ହ୍ରାସ ହେବାରେ ଲାଗିଛି । ମେ ଶେଷ ସହ ଦେଶରେ ଦେଶରେ କୋଭିଡ – ୧୯ ଦ୍ୱିତୀୟ ଲହର ସଂକ୍ରମର ହାର ଦ୍ରୁତ ହ୍ରାସହେବା ନେଇ ସୂତ୍ର ଗଣନା କରିଥିବା ବେଳେ ଅଗଷ୍ଟ ୩୧ ତାରିଖ ବେଳକୁ ଦେଶରେ ଦୈନିକ ଅତି ବେଶିରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦୫କୁ ପହଞ୍ଚିବ । ସେହି ଅନୁସାରେ ଓଡିଶାରେ ଗତ ମେ ୧୫ ତାରିଖ ଦିନ ସଂକ୍ରମଣ ତାର ଚରମରେ ପହଞ୍ଚିବା ସହ ଏବେ ତଳମୁହାଁ ହୋଇଛି । ଯାହା ଜୁନ ୩୧ ବେଳକୁ କ୍ରମଶଃ ହ୍ରାସ ହୋଇ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୫ଶହରୁ ବି ତଳକୁ ଖସିଆସି ଥିବ । ତେବେ ଅଗଷ୍ଟ ୩୧ ବେଳକୁ ଦେଶରୁ କରୋନା ଦ୍ୱିତୀୟ ଲହର ବିଦାୟ ନେଉଥିବା ଏହି ମ୍ୟାଥମେଟିକ ମଡେଲ ସ୍ପଷ୍ଟ କରୁଛି ।






