ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ ରେ ପଂହଚିଛି । ସେଥିମଧ୍ୟରେ ୧୯୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩୬୨୦ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଖୋର୍ଦ୍ଧା ୧୭, କେନ୍ଦୁଝର ୨, ନବରଂଗପୁର ୧, ଗଂଜାମ ୪୯, କଟକ ୫, ଅନୁଗୁଳ ୧, ଜଗତସିଂହପୁର ୨୯, ଭଦ୍ରକ ୨୫, କନ୍ଧମାଳ ୧, ନୂଆପଡ଼ା ୨, ଝାରସୁଗୁଡ଼ା ୪, ପୁରୀ ୧୦, ବୈାଦ୍ଧ ୧, ଯାଜପୁର ୧, ଗଜପତି ୨୭, ସୁନ୍ଦରଗଡ଼ ୧୧, କେନ୍ଦ୍ରାପଡ଼ା ୬, ସମ୍ବଲପୁର ୨, ମୟୁରଭଂଜ ଜିଲ୍ଲାରୁ ୯, ବାଲେଶ୍ୱର ୭ ଏନ୍ଡିଆର୍ଏଫରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୫ ଟି ମାମଲା ସକ୍ରିୟ ରହିଥିବା ୪୨୯୧ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





