ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପଂହଚିଛି । ସେଥିମଧ୍ୟରେ ୪୨୫ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୩୬ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ବରଗଡ଼ ୨୧, ଭଦ୍ରକ ୧, ବଲାଙ୍ଗୀର ୧୯, କଟକ ୮୧, ଢେଙ୍କାନାଳ ୩, ଗଂଜାମ ୨୮୩, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡ଼ା ୨, କେନ୍ଦୁଝର ୬, ଖୋର୍ଦ୍ଧା ୨୬, କୋରାପୁଟ ୪, ମୟୁରଭଂଜ ୧୦, ପୁରୀ ୧, ରାୟଗଡ଼ା ୭୬, ସମ୍ବଲପୁର ୮, ସୁନ୍ଦରଗଡ଼ ୩, ଏନ୍ଡିଆର୍ଏଫ ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬୭ଟି ମାମଲା ସକ୍ରିୟ ରହିଥିବା ୫୫୦୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





