ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୯୨୭ ରେ ପଂହଚିଛି । ସେଥିମଧ୍ୟରେ ୧୦୭୫ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୬୫୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୪, ବାଲେଶ୍ୱର ୭୩, ବରଗଡ଼ ୫୧, ଭଦ୍ରକ ୫୮, ବଲାଙ୍ଗିର ୬, କଟକ ୧୭୭, ଦେଓଗଡ଼ ୫, ଢେଙ୍କାନାଳ ୨୯, ଗଂଜାମ ୨୨୨, ଗଜପତି ୮୫, ଜଗତସିଂହପୁର ୧୨, ଯାଜପୁର ୩୮, ଝାରସୁଗୁଡ଼ା ୬, କଳାହାଣ୍ଡି ୨୪, କନ୍ଧମାଳ ୫୯, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨୭, ଖୋର୍ଦ୍ଧା ୩୪୨, କୋରାପୁଟ ୬୦, ମାଲକାନଗିରି ୫୨, ମୟୁରଭଂଜ ୩୫, ନବରଂଗପୁର ୧୩, ନୟାଗଡ଼ ୧୦୬, ନୂଆପଡ଼ା ୨୨, ପୁରୀ ୫୫, ରାୟଗଡ଼ା ୧୮, ସମ୍ବଲପୁର ୧୪, ସୋନପୁର ୧୩, ସୁନ୍ଦରଗଡ଼ ୧୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୯୨୭ ଟି ମାମଲା ସକ୍ରିୟ ରହିଥିବା ୩୦୨୪୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





