ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୩୭୮ରେ ପଂହଚିଛି । ସେଥିମଧ୍ୟରେ ୬୬୨ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪୦୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୫, ବାଲେଶ୍ୱର ୨୦, ବରଗଡ଼ ୧୨, ଭଦ୍ରକ ୫୩, ବଲାଙ୍ଗିର ୬, ବୈାଦ୍ଦ ୩, କଟକ ୯୭, ଦେଓଗଡ଼ ୮, ଢେଙ୍କାନାଳ ୩, ଗଂଜାମ ୨୫୦, ଗଜପତି ୭୨, ଜଗତସିଂହପୁର ୮, ଯାଜପୁର ୪୬, କଳାହାଣ୍ଡି ୪, କନ୍ଧମାଳ ୧୪, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୧୧, ଖୋର୍ଦ୍ଧା ୨୨୦, କୋରାପୁଟ ୬୬, ମାଲକାନଗିରି ୬୫, ମୟୁରଭଂଜ ୧୬, ନବରଂଗପୁର ୪, ନୟାଗଡ଼ ୨୪, ପୁରୀ ୯, ରାୟଗଡ଼ା ୪୫, ସମ୍ବଲପୁର ୪୦, ସୋନପୁର ୪, ସୁନ୍ଦରଗଡ଼ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୩୫ ଟି ମାମଲା ସକ୍ରିୟ ରହିଥିବା ୧୮୯୩୮ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





