ନୟାଗଡ଼ (ବାଘୁଆବାର୍ତ୍ତା): ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଳକ ଅନ୍ତର୍ଗତ ଖଣ୍ଡପଡା, ଭାପୁର, କରୋନା ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଡ. ପୋମାଟୁଡୁ । ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ, ଗ୍ରାମପଞ୍ଚାୟତରେ କରୋନାର ସ୍ଥିତି ସମୀକ୍ଷା କରିଛନ୍ତି । ଏଥିରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାପରିଷଦ ସଭାପତି ବୈଜୟନ୍ତମାଳା ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଗାଁରୁ ସହର ପର୍ଯ୍ୟନ୍ତ କେତେ କରୋନା ପଜେଟିଭ ଅଛନ୍ତି ତାଙ୍କର ଅବସ୍ଥା କଣ, କେତେଗୋଟି ଗ୍ରାମ ମାଇକ୍ରୋକଣ୍ଟେଟମେଣ୍ଟ ଘୋଷଣା କରାଯାଇଛି ଏହାର ସ୍ଥିତି ପରଖିଥିଲେ । ଏଥି ସହିତ ମୁଖ୍ୟତଃ ରାଜ୍ୟ ବାହାରୁ ତଥା ଜିଲ୍ଲା ବାହାରୁ କେତେ ଫେରନ୍ତା ଆସିଛନ୍ତି ଏହାର ସମୀକ୍ଷା କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେଡିକାଲ ଗୁଡ଼ିକରେ ଅକ୍ସିଜେନ, ସିଲିଣ୍ଡର, ଆମ୍ବୁଲାନ୍ସ ଓ କେତେଗୁଡିଏ ଗାଡ଼ି ବିନିଯୋଗ କରାଯାଇ କୋଭିଡ-୧୯ର ସମୁକ୍ଷୀନ ହେଉଛନ୍ତି ଏହାର ସମୀକ୍ଷା କରିଥିଲେ । ଜନସାଧାରଣଙ୍କୁ କିପରି ସଚେତନ କରାଯାଉଛି, ଏନଫୋର୍ସମେଣ୍ଟ କିପରି ହେଉଛି, ସଂଘରୋଧରେ ଥିବା ରୋଗୀଙ୍କ ପାଖକୁ କିପରି ଯାଞ୍ଚ କରାଯାଉଛି ଏହାର ତଦାରଖ କରିଥିଲେ । ଏହି ବୈଠକରେ ଦୁଇଟି ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ତହସିଲଦାର ସାମିଲ ହୋଇଥିଲେ । ତତ୍ସହିତ ମେଡିକାଲ କର୍ମଚାରୀ ଏହି ବୈଠକରେ ଯୋଗଦେଇଥିଲେ । ମୁଖ୍ୟତଃ ପ୍ରତିଦିନ ଟେଷ୍ଟିଂ ବଢ଼ାଇବା ସହିତ ଆରଟିପିସିଆର ପରୀକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅମାନିଆ ମାନଙ୍କ ପାଇଁ କଠୋର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜନ ପ୍ରତିନିଧିମାନେ କିପରି ସାମିଲ ହେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ।






