Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ ଜାଣିବା କରୋନା ରୋଗରୁ ଉପକାର ଦେଉଥିବା କିଛି ଖାଦ୍ୟ

by ସଞ୍ଜୟ ସ୍ୱାଇଁ
July 20, 2021
in Health, State
ଆସ ଜାଣିବା କରୋନା ରୋଗରୁ ଉପକାର ଦେଉଥିବା କିଛି ଖାଦ୍ୟ
145
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କରୋନା ଭାଇରସ୍ ଲୋକଙ୍କ ଫୁସଫୁସକୁ ଆକ୍ରମଣ କରି ତାର କାର୍ୟ୍ୟକ୍ଷମତାକୁ କମ୍ କରୁଛି । ତେଣୁ, ଏଥିରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ଫୁସଫୁସର ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଉଛି । ଏଥିପାଇଁ ଯୋଗ, ଶ୍ୱାସକ୍ରିୟା ବ୍ୟାୟାମ ଏବଂ ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି । ଏଥି ସହିତ, ଏହି ଭାଇରସରୁ ସୁସ୍ଥ ହୋଇଥିବା ଲୋକମାନେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟରେ ବିଶେଷ ଜିନିଷ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଯାହାଦ୍ୱାରା ଫୁସଫୁସ ସୁସ୍ଥ ରହିଲେ ଶୀଘ୍ର ପୁନରୁଦ୍ଧାର ହୋଇପାରିବେ । ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆସନ୍ତୁ ଜାଣିବା କିଛି ଖାଦ୍ୟ ବିଷୟରେ: – ଟମାଟୋ : ଟମାଟୋରେ ପୋଷକ ତତ୍ତ୍ୱ ସହିତ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ । ଏହା ଆଜମା ରୋଗୀଙ୍କଠାରେ ବାୟୁପଥର ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (ସିଓପିଡି) ଥିବା ଲୋକଙ୍କ ଫୁସଫୁସ କାର୍ୟ୍ୟକ୍ଷମତା ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହାକୁ ପନିପରିବାରେ ମିଶାଇବା ବ୍ୟତୀତ ଆପଣ ସାଲାଡ, ସୁପ୍, ସ୍ୟାଣ୍ଡୱିଚ୍, ଜୁସ୍ ଇତ୍ୟାଦି ଆକାରରେ ମଧ୍ୟ ଖାଇପାରିବେ । ଗ୍ରୀନ୍ ଟି : ଗ୍ରୀନ୍ ଟି ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଇତ୍ୟାଦି ଗୁଣରେ ଭରପୂର ରହିଥାଏ । ଏହାକୁ ପିଇବା ଦ୍ୱାରା ଫୁସଫୁସ୍ ର ଫୁଲା କମିଥାଏ। ଏଥି ସହିତ ଶ୍ୱାସକ୍ରିୟାରେ ଉନ୍ନତି ଆସିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କରୋନାରୁ ସୁସ୍ଥ ହେବା ପରେ ଶୀଘ୍ର ପୁନରୁଦ୍ଧାର ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତ୍ୟେକ ଦିନ ୧-୨ କପ୍ ଗ୍ରୀନ୍ ଟି ପିଅନ୍ତୁ । କଖାରୁ : କଖାରୁରେ ବିଟା କେରୋଟିନ୍, ଲୁଟେନ୍ ଏବଂ କାରୋଟିନଏଡ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଇତ୍ୟାଦି ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଫୁସଫୁସର ଦକ୍ଷତା ବୃଦ୍ଧି ପାଇଥାଏ । ହଳଦୀ : ହଳଦୀ ପୋଷକ ତତ୍ତ୍ୱ, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଏହାକୁ ଖାଇବା ପ୍ରତିରୋଧକ ଶକ୍ତି ଦ୍ରୁତ ଗତିରେ ବଢିଥାଏ । ଫୁସଫୁସର କାର୍ୟ୍ୟରେ ଉନ୍ନତି ହୋଇଥାଏ । ଆପଲ୍ : ଆପଲକୁ ଗୁଣର ଏକ ଖଣି ବୋଲି କୁହାଯାଏ । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିଦିନ ୧ ଟି ଆପଲ୍ ଖାଇବା ଦ୍ୱାରା ଆଜ୍‌ମା ଏବଂ ଫୁସଫୁସ କ୍ୟାନ୍ସର୍ ରୋଗରୁ ରକ୍ଷା ମିଳିଥାଏ। ଏଥିସହ ଅନ୍ୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ କମ୍ ରହିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!