ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ମହାମାରୀ ବିଶ୍ୱକୁ ଆତଙ୍କିତ କରି ରଖିଥିବା ବେଳେ ଭାରତ ସରକାର ଏଥିପାଇଁ ତୃତୀୟ ପର୍ଯ୍ୟାୟ ଭାବେ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମଇ ୪ ତାରିଖରୁ ଲକ୍ଡାଉନ୍ ଅବଧିକୁ ଦୁଇ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିବା ବେଳେ ଏହା ମଇ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ମହାମାରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଅବଧି ବୃଦ୍ଧି କରିଥିବା ଜଣାଯାଇଛି ।





