ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରିରେ ଦେଶ କବଳିତ ହେଉଛି । ଏପରିକି କରୋନା ଅନେକ ଲୋକଙ୍କର ଠିକଣା ବଦଳାଇ ଦେଇଛି । କେଉଁଠି ଶ୍ରମିକ ମାଡ ଖାଇଲାଣି ତ, ଅନ୍ୟ କିଏ ଚାଲି ଚାଲି ମୃତ୍ୟୁମୁଖରେ ପଡିଲାଣି । କେଉଁଠି କେଉଁଠି ଦୁର୍ଘଟଣାରେ ମୃତ ଘଟିଲାଣି । ସବୁଠାରୁ ଅତି ଦୁଃଖଦ ଘଟଣା ଘଟିଛି ପ୍ରବାସୀ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇ ସ୍ନେହ ମମତା ଭୁଲି ଛୁଆଟିକୁ ଛାଡି ଚାଲିଗଲା । ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଯନ୍ତ୍ରଣାର ସୀମା ଟପିବାକୁ ବସିଲାଣି । ସ୍ନେହମମତା ଭୁଲି ମହିଳା ଜଣକ ଅନ୍ୟ ଶ୍ରମିକଙ୍କ ଚାପରେ ବାଧ୍ୟହୋଇ ନିଜ ଜନ୍ମିତ ଛୁଆକୁ ରାସ୍ତାରେ ଛାଡିଦେଇ ଚାଲିଗଲା । ମା\’ତାକୁ ସାଙ୍ଗରେ ନେବାକୁ ଚାହୁଁଥିଲେ ମଧ୍ୟ ଅନ୍ୟ ସାଥୀଙ୍କର ଯନ୍ତ୍ରଣା ତାକୁ ଅଧିକ କଷ୍ଟ ଦେଲା । ସୂଚନା ଅନୁସାରେ ଝାଡ଼ଖଣ୍ଡରୁ ଛତିଶଗଡ଼ କିଛି ପ୍ରବାସୀ ମହିଳା ଓ ପୁରୁଷ ଚାଲିଚାଲି ଯାଉଥିବା ବେଳେ ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସାନନୂଆଗାଁ ଅଞ୍ଚଳରେ ଆସିଛି ଏପରି ଅଭାବନୀୟ ଘଟଣା । ସ୍ଥାନୀୟ ଲୋକ ଜନ୍ମିତ ଶିଶୁଟିକୁ ଦେଖିବା ପରେ ଘରକୁ ନେଇଥିଲେ । ଏଥିସହିତ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଶିଶୁଟିର ଯତ୍ନ ନେଇଥିଲେ । ସ୍ଥାନୀୟ ଚାଇଲ୍ଡ ଲାଇନ୍କୁ ଖବର ଦେବାପରେ ଦିଶା ଅନୁଷ୍ଠାନ ପକ୍ଷରୁ ଶିଶୁଟିର ଲାଳନ ପାଳନ କରାଯାଉଛି । ନବଜାତ ଶିଶୁଟିର ସ୍ୱାସ୍ଥ୍ୟଅବସ୍ଥା ଭଲ ଅଛି ।






